odia gapa story | Adhikara | ମୋ ଅଧିକାର

odia gapa story : ଜଗବନ୍ଧୁଙ୍କ ଘର ରାମପୁର ଗାଁରେ । ତାଙ୍କର ଗୋଟିଏ ବୋଲି ସନ୍ତାନ । ତା’ର ନାମ ସୁଶୀଳା । ସୁଶୀଳା ଯେତେବେଳେ ଅତ୍ୟନ୍ତ ଛୋଟ ଥିଲା, ଠିକ୍ ସେତେବେଳେ ତା’ ବୋଉଙ୍କି ଦେହାନ୍ତ ହୋଇଗଲା । ଜଗବନ୍ଧୁ ଅତି ଆଦରରେ ସୁଶୀଳାକୁ ବଢ଼ାଇଥାନ୍ତି । ସୁଶୀଳା ଯେପରି ସୁନ୍ଦରୀ, ଠିକ୍ ସେହିପରି ବୁଦ୍ଧିମତୀ ମଧ୍ଯ ।ଜଗବନ୍ଧୁଙ୍କର ଜଣେ ବାଲ୍ୟବନ୍ଧୁ ଥା’ନ୍ତି । ତାଙ୍କ ଘର ସେଠାରୁ ଚାରି କୋଶ ଦୂର କୈଶବର୍ପୁର ଗାଁରେ । ତାଙ୍କ ନାମ ଦିବାକର । ଦିବାକରଙ୍କ ପୁଅ ପ୍ରଭାକର ବଡ଼ ଭଲ ସ୍ବଭାବର ଯୁବକ । ପ୍ରଭାକରକୁ କୁଆଁଇ ରୂପେ ପାଇବା ପାଇଁ ଜଗବନ୍ଧୁଙ୍କର ଯେପରି ଭାରି ଆଗ୍ରହ ଥାଏ, ଠିକ୍ ସେହିପରି ସୁଶୀଳାକୁ ବୋହୁ ରୂପେ ପାଇବା ନିମନ୍ତେ ଦିବାକରଙ୍କର ବି ପ୍ରବଳ ଆଗ୍ରହ ଥାଏ । ସୁଶୀଳା ପ୍ରଭାକରକୁ ଭଲ ଭାବରେ ଜାଣିଥାଏ । ପ୍ରଭାକର କଥା ପଡିଲେ ସେ ଲାଜ କରୁଥାଏ ନହେଲେ ହସି ଦେଇ ସେଠାରୁ ଚାଲି ଯାଉଥାଏ । ସେଥୁରୁ ଜଗବନ୍ଧୁ ଏହା ବୁଝୁଥାନ୍ତି ଯେ ପ୍ରଭାକରକୁ ବିଭା ହେବା ନିମନ୍ତେ ସୁଶୀଳାର କୌଣସି ଆପତ୍ତି ନାହିଁ ।
କିନ୍ତୁ କେତେଦିନ ହେବ ଜଗବନ୍ଧୁଙ୍କ ମନରେ ଆଦୌ ସୁଖ ନଥାଏ । ଯେଉଁ ବ୍ୟବସାୟ ପ୍ରତିଷ୍ଠାନରେ ସେ ଚାକିରୀ କରୁଥାଏ, ସେ ପ୍ରତିଷ୍ଠାନର ମାଲିକ ତାକୁ ଜାହାଜରେ ରେଙ୍ଗୁନ୍ ପଠାଇଥାନ୍ତି । odia gapa read ଜାହାକୁଁ ଠିକ୍ ସମୟରେ ରେଙ୍ଗୁନେ ପହୁଁଚି ନଥାଏ । କୁଆଡେ ଗଲା, ସେ ସମ୍ବାଦ ବି ମିଳୁ ନଥାଏ । ପ୍ରଭାକରର ଖାଉନ୍ଦ ଯେପରି ଉଦ୍ବିଗ୍ନ ହୋଇ ଉଠିଥାନ୍ତି, ପ୍ରଭାକରର ବାପା ଦିବାକର ଓ ଜଗବନ୍ଧୁ ବି ଠିକ୍ ସେହିପରି ଉତ୍କଣ୍ଠା ଅନୁଭବ କରୁଥାନ୍ତି । ଜଗବନ୍ଧୁ ସୁଶୀଳାକୁ କିଛି କହି ନଥାନ୍ତି । କିନ୍ତୁ ବାପା ଯେ କୌଣସି କାରଣରୁ ଚିନ୍ତିତ, ସେକଥା ସୁଶୀଳା ଠିକ୍ ବୁଝି ପାରିଥାଏ ଦିନେ ଉପରୁ ଓଳି ଜଗବନ୍ଧୁ କହିଲେ, “ଝିଅଁ ମୁଁ ଟିକିଏ ଦିବାକର ଘର ଆଡେ ଯାଏଁ I କେତେଦିନ ହେଲା ଆମର ଯମାରୁ ଭେଟ ହୋଇନାହିଁ । ଆଜି ରାତିରେ ଲେଉଟି ଆସି ପାରିବି ନାହିଁ । କାଲି ସକାଳେ ପଛେ ଯାଇ ଆସିବି । ମାତ୍ର ତୁ ରାତିରେ ଭଲ କରି କବାଟ ବନ୍ଦ କରି ଶୋଇବୁ ।”ସୁଶୀଳା କହିଲା “ଠିକ୍ ଅଛି, ବାପା I ତମେ ସେଥୁଲାଗିଆଉ ଚିନ୍ତା କର ନାହିଁ ।
odia gapa read
ଠିକ୍ ସଞ୍ଜ ବେଳକୁ ବର୍ଷା ହେଲା । ସୁଶୀଳା ସହଳ ସହଳ ଖୁଆପିଆ ଶେଷ କରି ଶେଯ ପାଖରେ ବତୀ ଆଲୁଅରେ ଖଣ୍ଡିଏ ପୋଥ୍ ପଢୁଥାଏ । ସେତେବେଳକୁ ରାତି ଆସି ଅର୍ଧ ହେଲାଣି । ହଠାତ କିଏ ଜଣେ ଆସି ତାଙ୍କ କବାଟ ବାଡେଇଲା । ସୁଶୀଳା ଝରକା ଦେଇ ଅନାଇ ଦେଖିଲା, ସେ ଜଣେ ବୁର୍ଗା । ଠିକ୍ ବାଟୋଇ ଭଳି ସେ ଦିଶୁଛି ।ସେ ବୁଢା କହିଲା “ମା, ମୁଁ ଦୂର ଅଂଚଳର ଲୋକ । ଏଣେ ବର୍ଷା, ତେଣେ ମୌତ୍ରେ ବହୁତ ବାଟ କଷ୍ଟ ହେଲାଣି । ରାତିକ ଆଶ୍ରା ପାଇବି?”ଏଭଳି କଥା ଶୁଣି ସୁଶୀଳା ଆଉ ବିଳମ୍ବ ନକରି କବାଟ ତୁରନ୍ତ ଖୋଲିଦେଲା । ବୁଢା ଏଥର ଘର ଭିତରକୁ ଆସି ଚାରିଆଡକୁ ଅନାଇଲା । ସୁଶୀଳା ପଚାରିଲା “ବାବା! ଆପଣ ସଙ୍କୋଚ ନିକରି କୁହନ୍ତୁ । ଖୁଆପିଆ କରିଛନ୍ତି ତ?” ବୁଢା ମୁଣ୍ଡ ହଲାଇ ନାହିଁ କଲା । ସୁଶୂଳା ତା’ ଘରେ ଯାହା କିଛି ବି ଭାତ ତରକାରୀ ଥିଲା, ସେସବୁ ଆଣି ବୁଢାକୁ ସେ ପରଶି ଦେଲା । ବୁଢା ଏଥର ଖାଲୁ ବସିଲା ।ସୁଶୀଳା ବାହାର ଘର ଭିତରେ ବୁଢା ପାଇଁ ଶେଯ ପାରୁଛି, ହଠାତ୍ ତା’ ବେକ ପଛରେ କିଛି ଗୋଟାଏ ଥଣ୍ଡା ଜିନିଷ ଲାଗିବାର ସେ ଅନୁଭବ କିଲା । ସେ ବୁଲିପଡି ଦେଖିବା ବେଳକୁ ସେ ବୁଢା ହାତରେ ଖଣ୍ଡିଏ ଛୁରୀ ଚକ୍ ଚକ୍ କରୁଛି.
odia gapa story
ବୁଢା କଠୋର କଣ୍ଠରେ କହିଲା “ଶୁଣ ଟୋକୀ! ଏ ଘରେ ଯାହା କିଛି ବି ପଇସାପତ୍ର, ସୁନା ରୁପା ଅଛି, ସେସବୁ ତୁ ମତେ ଦେଇ ପକା । ନହେଲେ ଅକାଳରେ ତୋର ପ୍ରାଣ ଯିବ ।”ସୁଶୀଳା ଧୀର ଭାବରେ କହିଲା “ତମର କ’ଣ ଧର୍ମଜ୍ଞାନ ବୋଲି ଆଦୌ କିଛି ନାହିଁ । ତମେ ବୁଢା ଲୋକ । ତମକୁ ମୁଁ ବାପା ବୋଲି ସମ୍ବୋଧନ କରିଥିଲି । କିନ୍ତୁ ତାହା ବଦଳରେ ଶେଷରେ ତମେ ମୋତେ ଛୁରୀ ଦେଖାଇ ଆମ ଘର ଲୁଣ୍ଠନ କରିବାକୁ ସ୍ଥିର କଲ? ତମର ଏଭଳି କାମର ପରିଣତି କ’ଣ ହୋଇପାରେ, ସେକଥା ତମେ କେବେ ଚିନ୍ତା କରି ଦେଖୁଛ?”ତା କଥା ଶୁଣି ସେ ବୁଢା ରୁକ୍ଷ ଭାବରେ କହିଲା “ମୋତେ ପୁଣି ତୁ ଜ୍ଞାନ ଶିଖାଉଛୁ ଯାହା କହୁଛି, ତାହା କର । ନହେଲେ ପରେ ଅନୁତାପ କରି କିଛି ଲାଭ ହେବ ନାହିଁ ।”ସୁଶୀଳା ମୁହୂର୍ଭକ ପାଇଁ କାର୍ବା ହୋଇ ରହିଲା । ତା’ପରେ ସେ କହିଲା, “ତମେ ପର୍ରା ଏଠି ଆଶ୍ରୟ ପାଇଥିଲ? ତାପରେ ବି ତମେ ଏପରି କୃତଘ୍ନ କିପରି ହେଉଛ
odia gapa read
ବୁଢା ଧମକ ଦେଲା “ଚୋପ୍! ମୁଁ କ’ଣ ଏଠି ଆଶ୍ରୟ ପାଇଁ ଆସିଥୁଲି? ମୁଁ ଯେଉଁ କାମ ପାଇଁ ଆସିଛି, ତାହା କରୁଛି । ଆଣ । ଯାହା ଯେଉଁଠି ଅଛି ସେସବୁ ସଙ୍ଗେସଙ୍ଗେ ବାହାର କରି ଆଣ ।”ସୁଶୀଳା ଦିକ୍କ କଣ୍ଠରେ କହିଲା “ଶୁଣ । ମୁଁ ତମକୁ ଏଇ ହାତରେ ଖାଦ୍ୟ ପରଶିଛି । ଏଇଁ ହାତରେ ପୁଣି ଟଙ୍କା ପଇସା ବଢାଇ ଦେବି ନାହିଁ । ତମେ ହେଲୁଟି ସେ ଘରେ ସିନ୍ଦୁକରେ ଆମର ସାମାନ୍ୟ ଯାହାଁ ଅଛି, ନିଜେ ବାହାର କରି ନେଇ ପାର!”ବୁଢା ସୁଶୀଳା ଦେଖାଇଥିବା କୋଠରୀ ଭିତରେ ଯେମିତି ପଶିଛି, ସୁଶୀଳା ସେମିତି ସେ କୋଠରୀରି ଦ୍ବାର ବନ୍ଦ କରି ଦେଲା । ବୁଢା କବାଟରେ ଧକ୍କା ଦେଲାରୁ ସୁଶୀଳା କହିଲା, “ଚୁପ୍ କରି ରୁହ । ନହେଲେ ଗାଁ ଲୋକଙ୍କୁ ଡାକିବି । ତା’ପରେ ସେମାନେ ତୁମକୁ ବହୁତ ବାଡେଇବେ । ସକାଳେ ବାପା ଆସିଲେ ହୁଏତ ସେ ତମକୁ ଏଠାରୁ ଛାଡି ଦେବେ । ସେ ଦିୟାଳୁ ଲୋକ ।” ଏହା ଶୁଣି ସେ ବୁଢା ଆଉ କିଛି ବି ଗୋଳମାଳ କର୍ଲା ନାହିଁ ।ସୁଶୀଳା ଆଉ ଶୋଇବ କ’ଣ? ଦୀପ ଆଲୁଅରେ ବହି ପଢୁଥାଏ, ନହେଲେ ସେ ବସି ନାନା କୁଆଁ ଚିନ୍ତା କରୁଥାଏ । ବର୍ଷା କ୍ରମେ କମିଗଲା ଓ ରାତି ପ୍ରାୟ ଶେଷ ହେବା ବେଳକୁ ବର୍ଷା ପୁରାପୁରି ଛାଡିଗଲା । ବନ୍ଦୀ ଚୋରକୁ ନେଇ କଁଣ କରାଯିବ, ସୁଶୀଳା ସେହିକଥା ଚିନ୍ତା କରୁଥାଏ । ଗାଁ ଲୋକଙ୍କୁ ଡାକିବ ନା ବାପା ଆସିଲା ଯାଏଁ ତାଙ୍କୁ ସେ ଅପେକ୍ଷା କରିବ
ସେ ଭୋର ବେଳକୁ ସୁଶୀଳା ଘର କବାଟ ଖୋଲି ଦେଖୁଲା ଜଣେ ଯୁବକ ଆସୁଛନ୍ତି । ସେ ସୁଶୀଳାକୁ ଦେଖୁ ହସି ପଚାରିଲା, “ମୋତେ ଚିହ୍ନିପାରୁଛ?” ଏହା ଶୁଣି ସୁଶୀଳା ଟିକିଏ ଲକ୍ଷ୍ୟ କରି କହିଲା, “ହଁ, ଆପଣ ତ ଆନନ୍ଦବାବୁ । ଲଳିତା ବାହାଘରରେ ଆପଣଙ୍କୁ ତ ମୁଁ ଦେଖୁଥିଲି । ଆପଣ ପୁରା ବରଯାତ୍ରୀ ହୋଇ ଆସିଥିଲେ ।” ଠିକ୍ । ମୁଁ ଜମିଦାର ବଲ୍ଲଭ ରାୟଙ୍କ ଏକମାତ୍ର ପୁଅ । ସେଦିନ ତୁମକି ଦେଖି ମୋର ପସନ୍ଦ ହୋଇଗଲା । ଆଚ୍ଛା, ଝରକା ଦେଇ ମୁହଁ ଦେଖାଉଥିବା ସେ ବୁଢା ଲୋକଟି କିଏ ତାହା କହି ପାରିବ?” “ସିଏ ଗୋଟିଏ ଚୋର ।” ଏତିକି କହି ସୁଶୀଳା ଗତରାତିରେ ଘଟିଯାଇଥିବା ସବୁ ଘଟଣା ବିଷୟରେ କହିଲା ।ସବୁକଥା ଶୁଣି ଆନନ୍ଦ ହସି କହିଲା, “ସୁଶୀଳା, କୌଣସି ଚୋର ନୁହେଁ, ସେ ମୋର ଚାକର । ତମିକୁ ପରୀକ୍ଷା କରିବା ପାଇଁ ମୁଁ ତାକୁ ପଠାଇଥୁଲି । ତମେ ତାକୁ ଆଶ୍ରୟ ଦେଇ ନିର୍ଜି ଉଦାରତାର ପରିଚୟ ଦେଲ; ପୁଣି ତାକୁ ନ ଡରି ସାହସର ପରିଚୟ ଦେଲୁ । ତାକୁ ବନ୍ଦୀ କରି ବୁଦ୍ଧିମତାର ପରିଚୟ ଦେଲ । ଅର୍ଥାତ୍ ମୋ ସ୍ତ୍ରୀ ହେବା ଭଳି ସବୁ ଯୋଗ୍ୟତା କେବଳ ତୁମରୁ ରହିଛି । ସାବାସ୍ । ମୁଁ ଖାଲି ଭାବୁଥୁଲି, ଆମ ପରିବାର ଭଳି ଆଧୁନିକ ଓ ଧନୀ ପରିବାରରେ ତୁମେ ଚଳିପାରିବ କି ନାହିଁ । ମାତ୍ର ବର୍ତ୍ତମାନ ସୌର ଆଉ ସେ ଆଶଙ୍କା ନାହିଁ । ହାଃ ହାଃ.
Odia gapa read : The grasshopper and the ant class 2nd | ଘାସ ଏବଂ ପିମ୍ପୁଡ଼ି କାହାଣୀ In Odia
Hindi Story Read : एक प्रेम कहानी अंधे आदमी की | A Love Story Blind Man’s | Moral Story in Hindi
English Story Read : Top 5 moral story for kids | Moral story in English short
ସୁଶୀଳା ସବୁକଥା ଶୁଣି କିଛି ନ କହି ସେଠାରେ ସେମିତି ଖୁଟଟି ପରି ଠିଆ ହୋଇ ରହିବାରୁ ଯୁବକ ପଚାରିଲା, “କ’ଣ ଖୁସିଟି? ବାସ୍ତବ୍ଲିକ୍ ତମେ ମୋର ଉପଯୁକ୍ତ ।”ସୁଶୀଳା ଗମ୍ଭୀରୁ ହୋଇ କହିଲା, “ମହାଶୟ! ମୁଁ ମୋ ସଦ୍ରଗୁଣର ପରିଚୟ ଆହୁରି ଥରେ ଦେଉଛି । ଆପଣଙ୍କ ଭଳି ଅବିବେକୀ ବ୍ୟକ୍ତିକୁ ଯେ ମୁଁ ଜଗୁଆଳି ହାତରେ ଧରାଇ ନ ଦେଇଛି, ଏହା ମୋର ଉଦାରତା; ଆପଣଙ୍କ ଭଳି ଧନୀ ଯୁବକକୁ ଯେ ଏଭଳି କଥା ମୁଁ କହି ପାରୁଛି, ତାହା ମୋର ସାହସ; ଆପଣଙ୍କ ପୁସ୍ତାବକୁ ଯେ ମୁଁ ପ୍ରତ୍ୟାଖ୍ୟାନ କରୁଛି, ଏହା ମୋର ବୃଦ୍ଧିମତା । ଏଥିରେ ଆନନ୍ଦ ଆଶ୍ଚର୍ଯ୍ୟ ହୋଇଁ ଠିଆଁ ହୋଇ ରହିଲା ।ସୁଶୀଳା କହିଲା “ଆପଣ ଏବେ ଏଠାରୁ ଯାଇ ପାରନ୍ତି ।
ହାନିଲାଭ
ଭବିଷ୍ୟତରେ ଆଉ କାହା ସହ ଏପରି ବ୍ୟବହାଁର ଆଦୌ କରିବେ ନାହିଁ । କାହାକୁ ପରୀକ୍ଷା କରିବା ନିମନ୍ତେ ଆପଣଙ୍କୁ ଏ ଅଧିକାର କିଏ ଦେଲା? ମୁଁ ଯଦି ଭୟରେ ମୂର୍ଚ୍ଛା ଯାଇଥାନ୍ତି, ତେବେ କିଏ ମୋର ହାନିଲାଭ ସବୁ ବୁଝିଥାନ୍ତା? ମୋ ଚିତ୍କାର ଶୁଣି ଯଦି ଗାଁ ଲୋକେ ଏଠାକୁ ଆସି ଆପଣଙ୍କୁ ଚାକରିକୁ ବାଡେଇଥାନ୍ତେ, ତେବେ ପଛକୁ କିଏ ତା’ ପିଠିରେ ପଡିଥାନ୍ତା? ଭବିଷ୍ୟତରେ ଆପଣ ଏସବୁ ବିଷୟରେ ବିଚାର କରିବେ? ତା’ଛଡା ଆପଣଙ୍କ ମନକୁ ଝିଅଟିଏ ପାଁଇଗଲେ ତ ଖାଲି ଚଳିବ ନାହିଁ । ସେ ଝିଅଟିର ମନକୁ ବି ଆପଣ ପାଇବା ଦରକାର । ଏଥର ଆପଣ ଏଠାରୁ ଯାଆନ୍ତୁ ।” ଏତିକି କହି ତା’ପରେ ସେ ବୁଢାକୁ ସେ ଛାଡିଦେଲା ।ଏହାର କିଛି ସମୟ ପରେ ଜଗବନ୍ଧୁ ଆସି ସେଠାରେ ପହଞ୍ଚିଲେ । ସେ ଖୁବ୍ ଉତଫୁଲ୍ଲ ଦିଶୁଥିଲେ । ସୁଶୀଳା ତା’ ବାପାଙ୍କ ଆଗରେ ଘଟିଯାଇଥିବା ସମସ୍ତ ଘଟଣା ଗପିଗଲା । ସବୁ ଘଟଣା ଶୁଣିଲା ପରେ ସେ ଜଗବନ୍ଧୁ ଯେତିକି ଆଶ୍ଚର୍ଯ୍ୟ ହେଲେ, ସେତିକି ଆମୋଦିତ ମଧ୍ୟ ହେଲେ ।ତା’ପରେ ଜଗବନ୍ଧୁ ଗାଧୋଇ ଆସି କହିଲେ, “ଝିଅ ଆମ ପ୍ରଭାକର ଜାହାଜରେ ବିଦେଶ ଯାଇଥିବା କଥା କଁ ତ ଜାଣୁ । ସେ ଏବେ ଫେରି ଆସିଛି । ଏଥର ବାହାଘର ତାରିଖ ଠିକ୍ କରି ପକାଏଁ, ନା କ’ଣ କହୁଛୁ?”ବାପାଙ୍କ କଥା ଶୁଣି ସୁଶୀଳା ବୁଲିପଡି ସେଠାରୁ ଚାଲିଗଲା ବେଳେ ଖାଲି ଏତିକି କହିଲା, “ମୋତେ କ’ଣ ପଚାରୁଛି!”
www.OdiaWeb.in